Loading...

ଜୟ ଯବାନ ଜୟ କିସାନ ନାରା କହିବା ଅତି ସହଜ କିନ୍ତୁ ତାକୁ ନିଭାଇବା ବହୁତ କଷ୍ଟ

13-May-2025, Tuesday
ଝାରସୁଗୁଡା ଜିଲ୍ଲା ଅନ୍ତର୍ଗତ ଟେଙ୍ଗନାମାଲ ଗ୍ରାମର ବୀର ଯବାନ ଦେବରାଜ ଗଣ୍ଡ ଭାରତ ମାତାର ସୁରକ୍ଷା ପାଇଁ ଧର୍ମପତ୍ନୀ ଲିପି ଗଣ୍ଡ ଙ୍କୁ ଚିକିତ୍ସାଧୀନ ଅବସ୍ଥାରେ ଛାଡି ଯାଇ ଆତଙ୍କବାଦୀ ମାନଙ୍କ ସହ ଲଢ଼େଇ କରୁଥିବା ସମୟରେ ତାଙ୍କର ଚିକିତ୍ସାଧୀନ ପତ୍ନୀ ଙ୍କ ବିୟୋଗ ହୋଇଥିଲା ମାତ୍ର ୧୫ଦିନ ର ଶିଶୁ କନ୍ୟା କୁ ଛାଡ଼ି ମାଁ ଚାଲି ଗଲେ ଆର ପାରି କୁ.... କେତେ କଷ୍ଟ ଦାୟକ ମୂହୁର୍ତ୍ତ ସେ ପରିବାର ହିଁ ବୁଝିବେ। ଏଭଳି ଦୁଃଖଦ ଖବର ରେ ସାରା ଦେଶ ବାସୀ ମର୍ମାହତ। ନିଷ୍ଠା ପରିବାର ତରଫ ରୁ ଅମର ଆତ୍ମାର ସଦଗତି କାମନା କରିବା ସହିତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ନିଷ୍ଠା ପରିବାର l ଦେଶ ପାଇଁ ସଦା ସର୍ବଦା ସମର୍ପିତ ତଥା ଉତ୍ସର୍ଗୀକୃତ ଥିବା ବୀର ଯବାନ ଙ୍କୁ ମଧ୍ୟ କୋଟି କୋଟି ସଲାମ l ନିଷ୍ଠା ପରିବାର ତରଫ ରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଲିପି ଗଣ୍ଡ