ମହାଶିବରାତ୍ରୀ ଅବସରରେ ନିଷ୍ଠା ପରିବାର ର ଦୁଇଟି ରକ୍ତ ଦାନ ଶିବିର ରୁ ୬୫ୟୁନିଟ ରକ୍ତ ସଂଗୃହୀତ
26-February-2025, Wednesday
ବରଗଡ଼ ବ୍ଲକର ଗାଇସିମା ଗ୍ରାମର ଶ୍ରୀ ଶ୍ରୀ ବରାଡ଼ ବାଲୁଙ୍କେଶ୍ୱର ମନ୍ଦିର ପରିସରରେ ଥିବା ସ୍ଥାନୀୟ କଲ୍ୟାଣ ମଣ୍ଡପରେ ମନ୍ଦିର ପରିଚାଳନା କମିଟି ଏବଂ ନିଷ୍ଠା ପରିବାରର ମିଳିତ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରରେ ଡକ୍ଟର ଶ୍ରୀ ଅଜିତ ଦର୍ଜି ଗାଇସିମା ସରପଞ୍ଚ ଧୀରେନ ମହାପାତ୍ର, ଦାଖିଲ ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରିବନ ଉଦଘାଟନ କରିଥିଲେ। ଏହି ଶିବିରରୁ ମୋଟ #31ୟୁନିଟ୍ ରକ୍ତ ବୁର୍ଲା ରକ୍ତ ଡିପୋ ଦ୍ୱାରା ସଂଗ୍ରହ କରାଯାଇଥିଲା। ସେହିପରି ମନ୍ଦିର ପରିଚାଳନା କମିଟି ଏବଂ ନିଷ୍ଠା ପରିବାରର ମିଳିତ ଆନୁକୂଲ୍ୟରେ ରେଙ୍ଗାଳ ପାଲି ସ୍ଥିତ ଝାଡେଶ୍ୱର ଶିବ ମନ୍ଦିର ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରରେ ମନ୍ଦିର କମିଟିର ସଭାପତି ଅମୀୟ ଭୋଇ ଏବଂ କମିଟିର ଅନ୍ୟାନ୍ୟ ସଦସ୍ୟମାନେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରିବନ କାଟି ଆନୁଷ୍ଠାନିକ ଭାବରେ ଶିବିରକୁ ଉଦଘାଟନ କରିଥିଲେ। ବରଗଡ଼ ରକ୍ତ ଡିପୋ ଦ୍ୱାରା ଏହି ଶିବିରରୁ ମୋଟ 34ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଉଭୟ ଶିବିରରୁ ମୋଟ 65ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ମନ୍ଦିର ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ସ୍ୱେଚ୍ଛାକୃତ ଭାବରେ ରକ୍ତଦାନ କରି ବହୁତ ଖୁସି ହୋଇଥିଲେ ଏବଂ ରକ୍ତଦାନ କରିବାର ସୁଯୋଗ ଦେଇଥିବାରୁ ସମସ୍ତ ରକ୍ତଦାତା ନିଷ୍ଠା ପରିବାରକୁ ଧନ୍ୟବାଦ ଜଣାଇଥିଲେ। ଉଭୟ ଶିବିରକୁ ନିଷ୍ଠା ପରିବାରର ସଦସ୍ୟମାନେ ଭଲ ଭାବରେ ପରିଚାଳନା କରିଥିଲେ। ସମସ୍ତ ରକ୍ତଦାତାଙ୍କୁ ଏବଂ ବିଶେଷକରି ଉଭୟ ମନ୍ଦିର କମିଟିକୁ ଶୁଭେଚ୍ଛା, ନିଷ୍ଠା ପରିବାର ପକ୍ଷରୁ ଅନେକ ଅନେକ ଧନ୍ୟବାଦ।