Loading...

ଝିଅର ଜନ୍ମ ଦିନରେ ରକ୍ତ ଦାନ ଶିବିର ୫୧ୟୁନିଟ୍ ରକ୍ତ ସଂଗୃହୀତ

09-April-2024, Tuesday
ବରଗଡ଼ ବ୍ଲକ ଅନ୍ତର୍ଗତ ଚକର କେନ୍ଦ ଠାରେ ଥିବା ବାଲଗୋପାଲ ଫୁଡ୍ ପ୍ରଡକ୍ଟସ୍ ପ୍ରାଇଭେଟ୍ ଲିମିଟେଡ ର ମାଲିକ ଗିରଧର ଅଗ୍ରୱାଲ ତାଙ୍କ ଝିଅ ନୀତି ଙ୍କ ଜନ୍ମ ଦିନ ପାଳନ ଅବସରରେ ବାଲଗୋପାଲ କାର୍ଯ୍ୟାଳୟ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିରର ଆୟୋଜନ କରିଥିଲେ। ଏହି ଶିବିରକୁ ବାଲଗୋପାଲ ଗ୍ରୁପର ମାଲିକ ରବୀନ୍ଦ୍ର ଅଗ୍ରୱାଲ, ଗିରଧର ଅଗ୍ରୱାଲ, ସନ୍ଧ୍ୟା ଅଗ୍ରୱାଲ ଓ ନୀତି ଅଗ୍ରୱାଲ ଫିତା କାଟି ଶୁଭାରମ୍ଭ କରିଥିଲେ।