Loading...

ଆର୍ଟ ଅଫ ଲିଭିଂ ଓ ନିଷ୍ଠା ପରିବାର ତରଫରୁ ରକ୍ତଦାନ ଶିବିରରେ ଦୁଇ ଦିନରେ ୧୩୦ୟୁନିଟ୍ ରକ୍ତ ସଂଗୃହୀତ

14-May-2024, Tuesday
ପରମ ପୂଜ୍ୟ ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କରଜୀ ଙ୍କର ୬୯ତମ ଜନ୍ମଦିନ ପାଳନ ଅବସରରେ ଲଗାତାର ଦୁଇ ଦିନ ଧରି ଆର୍ଟ ଲିଭିଙ୍ଗ ପରିବାର ବରଗଡ଼ ଓ ନିଷ୍ଠା ପରିବାରର ମିଳିତ ଉଦ୍ୟମରେ ବରଗଡ଼ ସ୍ଥିତ ସ୍ୱୟଂ ସିଦ୍ଧା ଭବନ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରକୁ ଆର୍ଟ ଅଫ ଲିଭିଂ ପରିବାର ବରଗଡର ମୁଖ୍ୟ ହିମାଂଶୁ ପଣ୍ଡା ଓ ମଧୁ ଲାଠ ଫିତା କାଟି ଶୁଭାରମ୍ଭ କରିଥିଲେ।ସମ୍ମାନୀତ ଅତିଥି ଭାବରେ ଆର୍ଟ ଅଫ ଲିଭିଙ୍ଗ ପରିବାରର ଡାକ୍ତର ଅଶ୍ୱିନୀ ଭୋଇ, ଅନୁପ ଦର୍ଜି ପ୍ରମୁଖ ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ।