Loading...

ଅସହାୟ ଅବସ୍ଥାରେ ପଡିଥିବା ବୃଦ୍ଧଙ୍କୁ ଉଦ୍ଧାର କଲା ନିଷ୍ଠା ପରିବାର

27-May-2024, Monday
ବରଗଡ଼ ବ୍ଲକ ଅନ୍ତର୍ଗତ ଏସ. ଡମ୍ବେର ପାଲି ଗ୍ରାମରେ ରୁହନ୍ତି କୁନୁ ଝାଙ୍କର ବୟସ ୭୪ ପାଖାପାଖି। ଦୀର୍ଘ ଦିନ ଧରି ଥାନାରେ ଗ୍ରାମରକ୍ଷୀ ଭାବରେ ସେ କାମ କରୁଥିଲେ। ଦୁଇ ଚାରି ଦିନ ହେବ ଅସୁସ୍ଥ ହୋଇ ଏକା ଏକା ଘରେ ପଡ଼ି ସାହାଯ୍ୟ ଅପେକ୍ଷାରେ ଚାହିଁ ରହିଥିଲେ। ସ୍ଥାନୀୟ ଜଣେ ସ୍ଵେଚ୍ଛାସେବୀ ତଥା ନିଷ୍ଠା ର ସଦସ୍ୟ ପ୍ରହଲ୍ଲାଦ ପାଣିଗ୍ରାହୀ ଖବର ଦିଅନ୍ତି ଆମ ନିଷ୍ଠା ପରିବାର କୁ, ଗ୍ରାମ ର ୱାର୍ଡ ମେମ୍ବର ଦେବରାଜ ସାହୁ, ସ୍ଥାନୀୟ ଗ୍ରାମବାସୀ ମହାରାଜା ସାହୁ,ନରେଶ ସାହୁ, ରସିକ ସାହୁ ଗ୍ରାମବାସୀଙ୍କ ସହଯୋଗରେ ୧୦୮ଆମ୍ବୁଲାନ୍ସ ଓ କର୍ମଚାରୀଙ୍କ ସହଯୋଗରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଗଲା।