Loading...

ଅସହାୟ ଅବସ୍ଥାରେ ଉଦ୍ଧାର ମହିଳାଙ୍କୁ ବୃଦ୍ଧାଶ୍ରମରେ ଥଇଥାନ କଲା ନିଷ୍ଠା ପରିବାର

29-May-2024, Wednesday
ଅତ୍ୟନ୍ତ ଶୋଚନୀୟ ଅବସ୍ଥା ରେ ବରଗଡ଼ ବ୍ଲକ ଅନ୍ତର୍ଗତ ଗାଇସିମା ଗ୍ରାମ ରେ ଜଣେ ବୃଦ୍ଧା ରାସ୍ତା କଡ ରେ ପଡ଼ିଥିଲେ। ଏ ଖବର ନିଷ୍ଠା ପରିବାର ପାଇବା ପରେ ନିଷ୍ଠା ପରିବାର ର ସକ୍ରିୟ ସଦସ୍ୟ ରୋହିତ ସାହୁ ତୁରନ୍ତ ସେହି ସ୍ଥାନ କୁ ପହଞ୍ଚି ୧୦୮ଆମ୍ବୁଲାନ୍ସ ସହଯୋଗ ରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପହଞ୍ଚାଇ ଥିଲେ। ତିନି ଚାରି ଦିନ ର ଚିକିତ୍ସା ପରେ ସେ ସୁସ୍ଥ ହେବା ସହ ତାଙ୍କ ଘର ଖୁଣ୍ଟପାଲି ବୋଲି କହିଥିଲେ। ତାଙ୍କ ର କେହି ସମ୍ପର୍କୀୟ ନ ଥିବାରୁ ତାଙ୍କୁ ଭେଡେନ ସ୍ଥିତ ବଡ ପିପଲିପାଲି ର ଆନନ୍ଦ ସେବା ସଦନ ରେ ଥଇଥାନ କରାଗଲା।ଆନନ୍ଦ ସେବା ସଦନ କୁ ଆମ ନିଷ୍ଠା ପରିବାର ତରଫ ରୁ ହୃଦୟ ରୁ ଧନ୍ୟବାଦ।